Tue. Jun 9th, 2026

ନ୍ୟୁଜ ଡେକ୍ସ : କ୍ୟୁବାରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୂକମ୍ପର ପ୍ରଭାବ କେବଳ କ୍ୟୁବାରେ ସୀମିତ ନ ଥାଇ ମେକ୍ସିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଛି।

ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀ ସହିତ ଅନେକ ସହରରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ କରାଯାଇଛି।ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ କ୍ୟୁବାର ପଶ୍ଚିମାଞ୍ଚଳର ମାଣ୍ଟୁଆ ସହରଠାରୁ ପ୍ରାୟ ୧୦୪ କିଲୋମିଟର ଦୂରରେ ଥିଲା ଏବଂ ପୃଥିବୀର ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହା ଘଟିଥିଲା।

ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ମୃତାହତ ଘଟଣା ସୂଚନା ମିଳିନାହିଁ।ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇନଥିବା ସୂଚନା ମିଳିଛି। ତଥାପି ଭୂକମ୍ପ ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *