Thu. Feb 26th, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ସମ୍ମୁଖୀନ ହୋଇଛି। ଡିୱଟିରେ ଥିବାବେଳେ ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲଙ୍କ ଅକାଳ ମୃତ୍ୟୁ ଘଟିଛି। ଏହି ଅପ୍ରତ୍ୟାଶିତ ଘଟଣା ଡାକ୍ତରଖାନା ସହ ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି।ସୁଚନା ଅନୁଯାୟୀ, ଆଜି ସକାଳେ ଡାକ୍ତର ତ୍ରିନାଥ ପାଲ ଓପିଡିରେ ରୋଗୀ ଦେଖୁଥିଲେ।

ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହେବା ପରେ ସେ ତୁରନ୍ତ ୱାସ୍ ରୁମକୁ ଯାଇଥିଲେ। ପରିସ୍ଥିତି ଗୁରୁତର ହେବାରୁ ସହକର୍ମୀମାନେ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନେଇଯାଉଥିଲେ। କିନ୍ତୁ ବାଟରେ ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଯାଇଥିଲା।ବାଲେଶ୍ୱର ଡାକ୍ତରଖାନାରେ ପହଞ୍ଚିବାସହିତ ତାଙ୍କୁ ମୃତ ଘୋଷଣା କରାଯାଇଛି। ଡାକ୍ତର ତ୍ରିନାଥ ପାଲଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ନୀଳଗିରି ଡାକ୍ତରଖାନାରେ ଏବଂ ବାଲେଶ୍ୱରରେ ଶୋକର ସୃଷ୍ଟି ହୋଇଛି।

ସହକର୍ମୀମାନେ, ରୋଗୀମାନେ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ବ୍ୟଥା ବ୍ୟାପିଛି। ଘଟଣାସ୍ଥଳକୁ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପହଞ୍ଚି ପରିବାର ସଭ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି। ସେ ଡାକ୍ତର ପାଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ, ତାଙ୍କର ଅକାଳ ବିୟୋଗ ସମଗ୍ର ଚିକିତ୍ସା ଜଗତ ପାଇଁ ଏକ ବଡ଼ କ୍ଷତି।ଡାକ୍ତର ତ୍ରିନାଥ ପାଲଙ୍କ ଦେହାନ୍ତରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଭିନ୍ନ ମହଳରୁ ଶୋକପ୍ରକାଶ ଜାରି ରହିଛି।

Leave a Reply

Your email address will not be published. Required fields are marked *