Sat. Feb 21st, 2026

ନ୍ୟୁଜ ଡେକ୍ସ : ବଲିଉଡ୍ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭୂତ ବଙ୍ଗଳା’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଆସନ୍ତା ମେ ୧୫ ତାରିଖରେ ପ୍ରେକ୍ଷାଗୃହକୁ ଆସିବ ବୋଲି ସ୍ଥିର ହୋଇଛି। ଏହା ସହିତ ଅକ୍ଷୟଙ୍କ ଆଉ ଗୋଟିଏ ନୂଆ ପ୍ରୋଜେକ୍ଟକୁ ନେଇ ଚଳଚ୍ଚିତ୍ର ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ରିପୋର୍ଟ ଅନୁସାରେ ନିର୍ଦ୍ଦେଶକ ଅନୀସଙ୍କ ଆଗାମୀ କମେଡୀ ଫିଲ୍ମରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ୨୦୧୯ର ‘ମିଶନ ମଙ୍ଗଳ’ ପରେ ଦୁହେଁ ପୁନର୍ବାର ଏକାସାଥି ଚାନ୍ଦିର ପରଦାରେ ନଜର ଆସିବେ। ଏହା ପୂର୍ବରୁ ଅକ୍ଷୟ ଓ ଅନୀସ ୨୦୧୧ର ‘ଥ୍ୟାଙ୍କ ୟୁ’ ଫିଲ୍ମରେ ଏକାସାଥି କାମ କରିଥିଲେ।ମେକର୍ସଙ୍କ ପକ୍ଷରୁ ଜଣାଯାଇଛି ଯେ ଏହି ନୂଆ ଫିଲ୍ମଟି ସମ୍ପୂର୍ଣ୍ଣ ଏକ କମେଡୀ ଧାରାର ହେବ ଓ ଖୁବ ଶୀଘ୍ର ଏହାର ଶୁଟିଂ ଆରମ୍ଭ ହେବ। ପୂର୍ବରୁ ଏହା ସଂକ୍ରାନ୍ତିକୀ ବସ୍ତୁନାମ ଫିଲ୍ମର ରୀମେକ ବୋଲି ଚର୍ଚ୍ଚା ହୋଇଥିଲା, ତେବେ ନିର୍ଦ୍ଦେଶକ ଅନୀସ ଏହି ଖବରକୁ ସ୍ପଷ୍ଟଭାବେ ଖଣ୍ଡନ କରିଛନ୍ତି।

ଏହି ଫିଲ୍ମରେ ଅକ୍ଷୟ ଓ ବିଦ୍ୟାଙ୍କ ସହ ରାଶି ଖାନ୍ନା, ବିଜୟରାଜ, ଜାକୀର ହୁସେନ ଓ ସୟାଜୀ ଶିନ୍ଦେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଘୋଷଣା କରାଯାଇନାହିଁ।ମେକର୍ସମାନେ ଶୁଟିଂ ଶୀଘ୍ର ସାରିବା ପାଇଁ ପୂରା ଉଦ୍ୟମ କରୁଥିବା ବେଳେ, ଫିଲ୍ମର ଟାଇଟଲ ସହ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *