Thu. Oct 23rd, 2025

ନ୍ୟୁଜ ଡେକ୍ସ: ସରିଲା ରତ୍ନଭଣ୍ଡାର ମରାମତି । ଖୁବଶୀଘ୍ର ହେବ ଗଣତି ମଣତି । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି । ଉଚ୍ଚସ୍ତରୀୟ କମିଟି ବୈଠକରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ ।ଯେଉଁମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ଼ ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ ।

ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ । ରତ୍ନଭଣ୍ଡାର ମରାମତି ପରେ ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ । ରତ୍ନଭଣ୍ଡାର ମରାମତି ପରେ ASI ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିସାରିଛି । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସୋମନାଥ ମନ୍ଦିରରେ ଇନଭେଣ୍ଟରୀରେ ସାମିଲ ଥିବା ଦୁଇଜଣ ବିଶେଷଜ୍ଞଙ୍କୁ ଖୋଜିବା ପାଇଁ ଆରବିଆଇକୁ ଏକ ଚିଠି ମଧ୍ୟ ପଠାଯିବ। ସେ ଆହୁରି ମଧ୍ୟ କହିଛନ୍ତି, ମୂଲ୍ୟବାନ ଅଳଙ୍କାର ସଂରକ୍ଷଣ ପାଇଁ ନୂତନ ସିନ୍ଦୁକ ପ୍ରସ୍ତୁତ କରାଯାଇଛି।

Leave a Reply

Your email address will not be published. Required fields are marked *