Sat. Feb 21st, 2026

ନ୍ୟୁଜ ଡେକ୍ସ : ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆସିବେ ଭାରତ । ଅଗଷ୍ଟ ଶେଷ ସୁଦ୍ଧା ପୁଟିନ୍ ଭାରତ ଆସିବେ ବୋଲି ଖବର ପ୍ରକାଶ ପାଇଛି ।ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି ବର୍ଷ ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ।

ପୁଟିନଙ୍କ ଗସ୍ତର ଖବର ଏପରି ସମୟରେ ଆସୁଛି ଯେତେବେଳେ ଭାରତ, ଋଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି। ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ବଡ଼ ରଣନୀତି ପ୍ରସ୍ତୁତ କରିବେ ବୋଲି ଆଶା କରାଯାଉଛି।ରୁଷିଆଠାରୁ ଅଶୋଧିକ ତୈଳ କିଣିବା ନେଇ ଆମେରିକା ଭାରତ ଉପରେ ଏକ ପ୍ରକାର ରୋଷ ଭାବ ପ୍ରକାଶ କରୁଥିବାବେଳେ ପୁଟିନଙ୍କ ଭାରତ ଗସ୍ତ ଏ ଖବରକୁ ଅଧିକ ରୋଚକ କରିବା ଆଶଙ୍କା କରାଯାଉଛି ।

ରୁଷିଆଠାରୁ ତେଲ ନ କିରିବା ପାଇଁ ଟ୍ରମ୍ପ କହୁଥିବାବେଳେ ଭାରତ ଏହାକୁ ଖାତିର ନ କରିବା କାରଣରୁ ଭାରତ ଉପରେ ଆମେରିକା ୫୦% ଶୁଳ୍କ ଲଗାଇଛି । ଯାହା ଭବିଷ୍ୟତରେ ବଢ଼ିବା ନେଇ ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *