ନ୍ୟୁଜ ଡେକ୍ସ : ସ୍ପେସାଲ୍ ଓଟିଇଟି ପ୍ରଶ୍ନ ଲିକ୍ ମାମଲା। ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଘୁଞ୍ଚିଲା । କେସ୍ ଡାଇରୀ ଦାଖଲ ପାଇଁ ସମୟ ନେଲା କ୍ରାଇମବ୍ରାଞ୍ଚ। କଟକ ଏଡିଜେ କୋର୍ଟ ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି।
ଅନ୍ୟପଟେ ଆଉ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଉଗାରିବାକୁ ତଦନ୍ତକାରୀ ଟିମ ଯୋଜନା କରିଛି।ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ସୂଚନାଯୋଗ୍ୟ, ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ ହୋଇଛନ୍ତି ।
ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛି ଶିକ୍ଷା ବିଭାଗ । ସେ ପୂର୍ବରୁ କଳାହାଣ୍ଡି ଓ ରାଜ୍ୟ ଏକ୍ସ କ୍ୟାଡ଼ର ସଂଘର ସମ୍ପାଦକ ମଧ୍ୟ ରହିଥିଲେ । ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତିଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି ।
