ନ୍ୟୁଜ ଡେକ୍ସ: ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଅଧିକରୁ ଅଧିକ ମଜଭୁତ କରିବାକୁ ଲାଗି ପଡ଼ିଛନ୍ତି । ଜରୁରିକାଳୀନ ପ୍ରତିକ୍ରିୟା ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ସରକାର ଦୁଇଟି ସ୍ୱତନ୍ତ୍ର ବସ୍ କିଣିଛନ୍ତି । ଉକ୍ତ ୨ଟି ବସ୍ର ନାଁ ହେଲା ମୋବାଇଲ୍ କମାଣ୍ଡ ଭେଇକିଲ୍ (ଏମ୍ସିଭି) ।
ସରଳ ଭାବରେ ଏହାକୁ ଚଳନ୍ତା କାର୍ଯ୍ୟାଳୟ’ କହିଲେ ଅତ୍ୟୁକ୍ତି ହେବନାହିଁ । ରାଜ୍ୟ ଅଗ୍ନିଶମ ଏବଂ ଜରୁରିକାଳୀନ ସେବା ନିର୍ଦ୍ଦେଶାଳୟ ଏହି ୨ଟି ଉନ୍ନତ ଏମ୍ସିଭି ପାଇଛି। ଗୋଟିଏ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏବଂ ଅନ୍ୟଟି ପଶ୍ଚିମାଞ୍ଚଳ ପାଇଁ। ଯାହାକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ୟୁନିଟ୍ ଗୁଡ଼ିକ ବିପର୍ଯ୍ୟୟ ସ୍ଥାନରୁ ସିଧାସଳଖ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ ହେବା ସହ ପୁନଃ-ପ୍ରତିକ୍ରିୟା ଦକ୍ଷତା ବୃଦ୍ଧି କରିବ।
ଏଥିରେ ଭିଡିଓ କନଫରେନ୍ସିଂ ସିଷ୍ଟମ, ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଏବଂ ରିଅଲ୍ ଟାଇମ୍ ଡାଟା ପ୍ରକ୍ରିୟାକରଣ ୟୁନିଟ୍ ସମେତ ଅନେକ ପ୍ରଯୁକ୍ତିବିଦ୍ୟା ରହିଛି।
