Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ଅଙ୍ଗନବାଡ଼ି ପିଲାମାନଙ୍କ ପାଇଁ ଦିଆଯାଉଥିବା ପୋଷାକ ଓ ଜୋତାର ସରକାରୀ ଖର୍ଚ୍ଚ ବଢ଼ାଇଛନ୍ତି। ମାଳତୀ ଦେବୀ ପ୍ରକ୍ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରିସ୍କୁଲ ପିଲାଙ୍କୁ ଉଚ୍ଚମାନର ୟୁନିଫର୍ମ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ସିଦ୍ଧାନ୍ତ ନିଆଯାଇଛି।

ପୂର୍ବରୁ ପୋଷାକ ପାଇଁ ଛାତ୍ରମାନଙ୍କୁ ୧୦୦ ଟଙ୍କା ଦିଆଯାଉଥିଲା, ଯାହାକୁ ବଢ଼ାଇ ୧୭୫ ଟଙ୍କା କରାଯାଇଛି। ସେହିପରି, ବାଳିକାମାନଙ୍କ ପୋଷାକ ମୂଲ୍ୟ ପୂର୍ବରୁ ୧୫୦ ଟଙ୍କା ଥିବା ବେଳେ ଏବେ ଏହା ୨୫୦ ଟଙ୍କା କରାଯାଇଛି।ଜୋତା ପାଇଁ ଯେଉଁଠାରେ ପୂର୍ବରୁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିଲା, ସେଠାରେ ଏବେ ଏହା ୧୫୦ ଟଙ୍କା କରାଯାଇଛି।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଅଙ୍ଗନବାଡ଼ି ପିଲାମାନେ ଉତ୍ତମ ମାନର ୟୁନିଫର୍ମ ଓ ଜୋତା ପାଇପାରିବେ ବୋଲି ବିଭାଗ ଆଶା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *