ନ୍ୟୁଜ ଡେକ୍ସ: ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣାପଣା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଦରପୋଡ଼ା ମୁଣ୍ଡ ଉଦ୍ଧାର ହୋଇଛି।
ଆଜି ସକାଳେ ସ୍ଥାନୀୟ ଲୋକେ ଜଣେ ଅଜଣା ବ୍ୟକ୍ତିର କଟା ମୁଣ୍ଡ ଦରପୋଡ଼ା ଅବସ୍ଥାରେ ଦେଖି ଭୟଭୀତ ହେବା ସହିତ ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ। ସୂଚନା ମୁତାବକ, ଆଜି ସକାଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଅର୍ଦ୍ଧଦଗ୍ଧ କଟାମୁଣ୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମାଂସ ପେଣ୍ଡୁଳାଟି ଅଧା ପୋଡ଼ି ଯାଇଥିଲା।
ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ କଟାମୁଣ୍ଡକୁ ଜବତ କରିଛି। ତେବେ କଟା ମୁଣ୍ଡଟି ଛୋଟ ପିଲାର ବୋଲି ଅନୁମାନ କରାଯାଉଛି।ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣାପଡ଼ି ନାହିଁ। ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

