ଣନ୍ୟୁଜ ଡେକ୍ସ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଜୟ ଘାଟରେ ଅବସ୍ଥିତ ଅଟଳଜୀଙ୍କ ସମାଧି ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସହିତ ଅନେକ ରାଜନୈତିକ ନେତା ଓ ବ୍ୟକ୍ତିବିଶେଷ ଉପସ୍ଥିତ ଥାଇ ଅଟଳଜୀଙ୍କ ସ୍ମୃତିଚାରଣ କରିଥିଲେ।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ତାଙ୍କ ଜନ୍ମବାର୍ଷିକୀରେ ଦେଶର ସମସ୍ତ ପରିବାର ସଦସ୍ୟଙ୍କ ପକ୍ଷରୁ ମୁଁ ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀଜୀଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ସେ ସାରା ଜୀବନ ରାଷ୍ଟ୍ର ନିର୍ମାଣକୁ ତ୍ୱରାନ୍ୱିତ କରିବାରେ ନିୟୋଜିତ ରହିଥିଲେ। ଭାରତ ମାତା ପ୍ରତି ତାଙ୍କର ସମର୍ପଣ ଓ ସେବାଭାବ ଅମୃତକାଳରେ ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିବ।” ଅଟଳ ବିହାରୀ ବାଜପେୟୀଙ୍କ ରାଷ୍ଟ୍ରନେତୃତ୍ୱ, କବିମନ ଓ ଦୂରଦର୍ଶୀ ଭାବନା ଭାରତୀୟ ରାଜନୀତିକୁ ଏକ ନୂଆ ଦିଗ ଦେଇଥିଲା। ତାଙ୍କ ସ୍ମୃତି ଓ ଅବଦାନ ଦେଶବାସୀଙ୍କ ହୃଦୟରେ ସଦା ରହିବ।

