ନ୍ୟୁଜ ଡେକ୍ସ : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ ବୋଲି ସୂଚନା ଦେଲେ ଏସିପି ଜୋନ୍-୫ ବିଶ୍ବରଞ୍ଜନ ସେନାପତି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି, କାଲି ବିଦା ହେବେ । ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ, କାଲି ପୋଲିସ ଉଚ୍ଛେଦ କରିବ ବୋଲି ସେ କହିଛନ୍ତି ।
ବିଶ୍ବରଞ୍ଜନ ସେନାପତି ଆହୁରି କହିଛନ୍ତି ଯେ, ବସ୍ତି କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ଟିକେ ସମୟ ଲାଗିବ ।ସୂଚନା ମୁତାବକ, ଗତକାଲି ଯେଉଁଭଳି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ହଷ୍ଟେଲ ଖାଲି କରାଯାଉଥିଲା ।
ତେବେ ଏଭଳି ଅନେକ ଶିକ୍ଷାନୁଷ୍ଠାନ ରହିଛି ଯେଉଁଠାରେ ଏଭଳି ଶହ ଶହ ପିଲାମାନେ ହଷ୍ଟେଲ ଉପରେ ଜବରଦଖଲ କରି ବସିଛନ୍ତି । ତେବେ କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ନୁହେଁ, ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟଳୟ ଉପରେ ମଧ୍ୟ ନଜର ଦେବାକୁ ଦାବି କରିଛି ଏଭିବିପି ।
