Mon. Dec 23rd, 2024

ନ୍ୟୁଜ ଡେକ୍ସ: ଇଞ୍ଜିନିୟର ଅତୁଲ ସୁବାଷ ଆତ୍ମହତ୍ୟା ଘଟଣା । ଅତୁଲଙ୍କ ପତ୍ନୀ ନିକିତାଙ୍କୁ ଗିରଫ କଲା ପୋଲିସ । ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଛି ।

ବେଙ୍ଗାଲୁରୁ ପୁଲିସ ଡିସେମ୍ବର ୧୩ ତାରିଖରେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା ସିଙ୍ଘାନିଆଙ୍କ ଜୈନପୁର ସ୍ଥିତ ବାସଭବନ ବାହାରେ ଏକ ନୋଟିସ୍ ଲଗାଇଥିଲା। ତେବେ ଏହା ପୂର୍ବରୁ ନିକିତା ଫେରର ଥିବା ବେଳେ ତାଙ୍କ ମା’ ଓ ଭାଇ ମଧ୍ୟ ଗିରଫ ଭୟରେ ଘରେ ତାଲା ଲଗାଇ ଫେରାର ହୋଇଯାଇଥିଲେ। ବେଙ୍ଗାଲୁରୁର ୩୪ ବର୍ଷିୟ AI ଇଞ୍ଜିନିୟର ଅତୁଲ ସୁଭାଶ ଡିସେମ୍ବର ୯ ତାରିଖରେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିିଥିଲେ। ସେ ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି।

ଆକସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ।ନିଜ ସୁସାଇଡ୍ ନୋଟ୍ରେ ତାଙ୍କ ସ୍ତ୍ରୀ ନିକିତା ସିଙ୍ଘାନିଆ ଏବଂ ଶାଶୁଙ୍କ ବିରୋଧରେ ଅତୁଲ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ସୁଇସାଇଡ ନୋଟରେ କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *