Sat. Feb 21st, 2026

ନ୍ୟୁଜ ଡେକ୍ସ : ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କୁ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ମାମଲାରେ ହାଇକୋର୍ଟ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ଅଦାଲତରେ ଉପସ୍ଥିତ ହେବାକୁ କହିଛନ୍ତି।

ନିର୍ଦ୍ଦିଷ୍ଟ ଭାବେ ୩୦ ତାରିଖ ସକାଳ ୧୦ଟା ୩୦ ମିନିଟ୍‌ରେ ସମସ୍ତଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହାଜିରା ସୁନିଶ୍ଚିତ କରିବାକୁ ପୋଲିସ କମିଶନରଙ୍କୁ ମଧ୍ୟ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।କୋର୍ଟର ମତାନୁସାରେ, ଯଦି ଏହାରି ମଧ୍ୟରେ ସଚିବ ଓ ସମ୍ପୃକ୍ତ ଅଧିକାରୀମାନେ ପୂର୍ବରୁ ଦିଆଯାଇଥିବା ଅଦାଲତୀ ନିର୍ଦ୍ଦେଶ ପାଳନ କରିଦିଅନ୍ତି, ତେବେ ତାଙ୍କୁ ଆଉ ହାଜର ହେବାର ଆବଶ୍ୟକତା ରହିବ ନାହିଁ।

ଏହି ମାମଲାକୁ ନେଇ ପ୍ରଶାସନିକ ମହଳରେ ଚର୍ଚ୍ଚା ବଢ଼ିଛି। ହାଇକୋର୍ଟଙ୍କ ଏହି କଡା ପଦକ୍ଷେପକୁ ଆଇନ ପାଳନ ଓ ନ୍ୟାୟ ପ୍ରଣାଳୀର ଗମ୍ଭୀରତାର ଦୃଷ୍ଟାନ୍ତ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *