ନ୍ୟୁଜ ଡେକ୍ସ:ଆଜି ଦେଇଥାନ୍ତେ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପୂର୍ବରୁ ଲିଭିଗଲା ଜୀବନ ଦୀପ । ଅସୁସ୍ଥ ଥିବାରୁ ଚାଲିଗଲା ଜୀବନ । ମୃତ ଛାତ୍ର ଜଣକ ବାହାନଗା ବ୍ଲକ ବାରିପଦା ଉଦୟ ନାରାୟଣ ହାଇସ୍କୁଲର ଛାତ୍ର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ବୋଲି ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।
ସୂଚନା ଅନୁସାରେ ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋର ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିପଦା ଗାଁର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ନିକଟସ୍ଥ ଆରୁହାବାଡ଼ ହାଇସ୍କୁଲରେ ପଢନ୍ତି। ଗତ ତିନିଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ।
ସେହିଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ।ସେଠାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଯାଇଥିଲେ। ମାତ୍ର ପେଟ ବ୍ୟଥା କମିନଥିବା ବେଳେ ଆଜି ପରୀକ୍ଷା ଦେବା ପାଇଁ ବାହାରିବା ବେଳେ ଅଚାନକ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
