Thu. Oct 23rd, 2025

ନ୍ୟୁଜ ଡେକ୍ସ : କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମା। ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ତୁରନ୍ତ ଯୋଗଦେବା ପାଇଁ ଜାରି ହେଲା ବିଜ୍ଞପ୍ତି ।କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ ପକ୍ଷରୁ ଏନେଇ କଡ଼ା ନିର୍ଦ୍ଦେଶନାମା। ପଦୋନ୍ନତିପ୍ରାପ୍ତ/ବଦଳି ଅଧିକାରୀ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ ଦେଲେ ନିର୍ଦ୍ଦେଶ।

ଅଗଷ୍ଟ ୩୧, ୨୦୨୫ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗଦେବାରେ ବିଫଳ ହେଉଥିବା ଯେକୌଣସି ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ ଏବଂ ଏପରି ଅଧିକାରୀମାନଙ୍କର ଦରମା ଆସନ୍ତା ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ।ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦିଆଯାଇଛି।

ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନ ମୁଖ୍ୟ ଆଦେଶ ଅନୁପାଳନ ଉପର ନଜର ରଖିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ। ଏପରିକି କାର୍ଯ୍ୟସ୍ଥଳରେ ଯୋଗଦାନ ନ ଦେଉଥିବା ମାମଲା ଗୁଡ଼ିକୁ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *