ନ୍ୟୁଜ ଡେକ୍ସ : ସମ୍ବଲପୁରଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ପରେ ଆଡଭାଇଜରି ଜାରି କଲେ କୁଳପତି । ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । କାର୍ଯ୍ୟକ୍ଷେତ୍ରରେ ପ୍ରଫେସନାଲ ଭାଲ୍ୟୁ, ମୋରାଲ ଭାଲ୍ୟୁ ପାଳନ କରିବା ପାଇଁ ଆଡଭାଇଜରି ଜାରି କରାଯାଇଛି ।
ଛାତ୍ରଛାତ୍ରୀଙ୍କୁ ନିଜର ପୁଅ-ଝିଅ ତଥା ଭାଇ-ଭଉଣୀ ଭଳି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ଛାତ୍ରଛାତ୍ରୀଙ୍କର କୌଣସି ସ୍ତରରେ ଅସୁବିଧା ହେଲେ ବା ସେମାନେ ନିର୍ଯାତନାର ଶିକାର ହେଲେ, ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଥିବା ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ ହୋଇଛନ୍ତି ।
ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀନାଥ ସୁନା ଗିରଫ ହୋଇଛନ୍ତି । ୪ ମାସ ତଳେ ଅଭିଯୋଗ ହୋଇଥିବା ବେଳେ ଛାତ୍ରୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଅଭିଯୋଗ ପରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ ହୋଇଛନ୍ତି । ମହିଳା ପୋଲିସ ଗୋପୀନାଥ ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।

