Wed. Oct 22nd, 2025

ଅନନ୍ତ ରାଧିକାଙ୍କ ବିବାହ କାର୍ଡରେ ଖର୍ଚ୍ଚ ହେଲା ଏତେ କୋଟି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଏକ କାର୍ଡ ଉଡ଼ାଇ ଦେଉଛି ସାଧାରଣ ଲୋକଙ୍କ ହୋସ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନ୍‌ଭେନ୍‌ସନ୍ ସେଣ୍ଟରରେ ବିବାହ କରିବେ। ଏନେଇ ଅତିଥିମାନଙ୍କୁ ନିମନ୍ତ୍ରଣ କାର୍ଡ ବଣ୍ଟା ଆରମ୍ଭ ହୋଇଯାଉଛି। ବିବାହ କାର୍ଡଟି ଲାଲ ରଙ୍ଗର ଅତି ଆକର୍ଷଣୀୟ ଓ ଅତି ରମଣୀୟ ଭାବେ ତିଆରି ହୋଇଛି। ଏହା ଖୁବ୍ ମହଙ୍ଗା ମଧ୍ୟ। ଏଥିରେ ଅସଲି ରୂପାରେ ଏକ ମନ୍ଦିର ନିର୍ମିତ ହୋଇଛି ଏବଂ ଏହା ଉପରେ ସୁନ୍ଦର ଖୋଦିତ କାର୍ଯ୍ୟ ମଧ୍ୟ କରାଯାଇଛି। କେବଳ ଏହି କାର୍ଡ ନୁହେଁ,କାର୍ଡ ସହିତ ଏକ ଶଲ୍ର ମଧ୍ୟ ପଠା ଯାଉଛି । ଯେଉଁଥିରେ ଗୋଟିଏ ପାଶ୍ୱରେ ନୀଳ ଓ ଗୋଟିଏ ପାଶ୍ୱର୍ ବାଇଗଣୀ ରଙ୍ଗ । ତା ଉପରେ ସୁନ୍ଦର ଏମ୍ବ୍ରୟଡୋରୀ କରାଯାଇଛି । ଦୋରୁଖା ପଶ୍ମିନା ଶଲ୍ ଦେଖିବାକୁ ଯେତେ ସୁନ୍ଦର, ତାର ପ୍ରସ୍ତୁତିରେ ସେତେ ଅଧିକ ସମୟ ଲାଗିଥାଏ । ଶଲ୍କୁ ପ୍ରସ୍ତୁତ କରିଥିବା ଶ୍ରୀନଗରର ଗୁଲାମ ମହମ୍ମଦ ବେଗ୍ କହିଛନ୍ତି, ଏହା ନିଜର ଏମ୍ବ୍ରୟଡୋରୀ ଲାଗି ପ୍ରସିଦ୍ଧ । ଏଥିରେ ପ୍ରତି ବର୍ଗ ସେମିରେ ୫୦୦ଟି ଷ୍ଟିଚ୍ ଥାଏ । ପ୍ରତି ଷ୍ଟିଚ୍କୁ ଏମିତି ଭାବେ କରାଯାଇଥାଏ ଯେପରିକି ଡିଜାଇନ୍ ଦୁଇପାଖରେ ସମାନ ଦେଖାଯିବ । ବିଳାସର ପ୍ରତୀକ ଏହି ଶଲ୍ର ପ୍ରସ୍ତୁତି ଲାଗି କୁଶଳତା ସହିତ ଧୈର୍ଯ୍ୟ ଓ ସମୟର ଆବଶ୍ୟକତା ପଡି଼ଥାଏ । ବେଳେବେଳେ ଅର୍ଡର ମୁତାବକ ଏକ ମାଷ୍ଟରପିସ୍ ପଶ୍ମିନା ଶଲ୍ ପ୍ରସ୍ତୁତି ଲାଗି ଅଢ଼େଇ ବର୍ଷ ଯାଏ ସମୟ ଲାଗିଥାଏ । ଶଲ୍ରେ କରାଯାଇଥିବା ଏମ୍ବ୍ରୟଡୋରୀ ଅନୁସାରେ ଏହାର ଦାମ୍ ସ୍ଥିର କରାଯାଏ । ହାଲୁକା ଏମ୍ବ୍ରୟଡୋରୀ ଯୁକ୍ତ ଶଲ୍ ୧୦-୧୨ ହଜାର ଟଙ୍କା ପଡୁଥିବାବେଳେ ଅଧିକ ଏମ୍ବ୍ରୟଡୋରୀ ଯୁକ୍ତ ଶଲ୍ ଆହୁରି ମହଙ୍ଗା ହୋଇଥାଏ । ତେଣୁ କେବଳ ସଲ ଯଦି ଏତିକି ଟଙ୍କା ତେବେ ଏହି ମହଙ୍ଗା ନିମନ୍ତ୍ରଣ ପତ୍ର କେତେ ମହଙ୍ଗା ହୋଇଥିବ ତାହା ଅନୁମାନ କରି ଲୋକେ ଚକିତ ହେଉଛନ୍ତି 

Leave a Reply

Your email address will not be published. Required fields are marked *