ନ୍ୟୁଜ ଡେକ୍ସ: ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍ପି)ର ବଡ଼ଧରଣର ବିସ୍ଫୋରଣ ହୋଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍ରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ଏପଯ୍ୟନ୍ତ ଅସ୍ପଷ୍ଟ ରହିଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି।
ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟାକରୁଛନ୍ତି। ତେବେ ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ପାୱାର ପ୍ଲାଣ୍ଟର ବ୍ଲାଷ୍ଟ ଫରନେସରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଶ୍ରମିକ ଜୀବନ ବିକାଳେ ବାହାରକୁ ପଳାଇ ଆସିଥିଲେ। କାହାର କିଛି କ୍ଷତି ହୋଇ ନଥିଲା। ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଅଘଟଣ ପରେ ପ୍ରତକ୍ରିୟା ରଖିଛି କମ୍ପାନୀ କର୍ତ୍ତୃପକ୍ଷ। ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି।
ପରିସ୍ଥିତି ସମ୍ପୂର୍ଣ୍ଣ ନିୟମନ୍ତ୍ରଣାଧୀନ ଅଛି। ଏ ସମ୍ପର୍କରେ କୌଣସି ଗୁଜବ ପ୍ରଚାର ନ କରିବାକୁ କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି। ଏହି ଭୟଙ୍କର ବିସ୍ଫୋରଣରେ କେହି ମୃତାହତ ହୋଇଥିବା ଏଯାବତ୍ ଜଣାପଡିନାହିଁ । ତେବେ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଖୁବ ଶୀଘ୍ର ସମସ୍ତ ଘଟଣ ଜଣା ପଡିବ ବୋଲି କୁହାଯାଇଛି ।