ନ୍ୟୁଜ ଡେକ୍ସ : ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ଦୁଇ ସଦସ୍ୟଙ୍କୁ କମିଶନରେଟ୍ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ବନ୍ଧୁକ କିଣିବା ଡିଲ୍ ନିମିତ୍ତ ଆସିଥିବା ବେଳେ ବନ୍ଧୁକ ବେପାରୀଙ୍କୁ ବନ୍ଧାଇବାରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ (ଏସସିୟୁ) ଚକିତ ଚାଳ ଚାଲିଛି।ପୋଲିସ୍ ସୂତ୍ର ଅନୁସାରେ, ଧରାପଡିଥିବା ଦୁଇ ଅଭିଯୁକ୍ତ ବିହାରର ଦିବ୍ୟାଂଶୁ କୁମାର ଏବଂ ଦୀପକ କୁମାର।
ସେମାନେ ବିହାରର ମୁଁଙ୍ଗେରୁ ଅବୈଧ ଭାବେ ବନ୍ଧୁକ ଆଣି ଓଡିଶାରେ ବେପାର କରୁଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି।ଅଭିଯୁକ୍ତମାନଙ୍କଠାରୁ ଗୋଟିଏ କାରବାଇନ, ୫ଟି ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଏବଂ ୨ଟି ମୋବାଇଲ ଫୋନ ଜବତ କରାଯାଇଛି। ସମଗ୍ର ଅଭିଯାନକୁ ନେତୃତ୍ୱ ଦେଇଥିଲେ ଡିସିପି (ଏସସିୟୁ) ଅନୁପ କାନୁନଗୋ।ପୋଲିସଙ୍କ ଚତୁର ଚାଳରେ ଧରା ୨ ବେପାରୀଖବର ଅନୁସାରେ, କଳାବଜାରରେ ଗୋଟିଏ କାରବାଇନର ମୂଲ୍ୟ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହୋଇଥିବା ସତ୍ତେ, ବେପାରୀଙ୍କୁ ପ୍ରଲୋଭନ ଦେବା ପାଇଁ ଡିସିପି କାନୁନଗୋ ନିଜେ ଗୁପ୍ତ ଭୂମିକା ନେଇ ୫ ଲକ୍ଷ ଟଙ୍କାରେ କାରବାଇନ କିଣିବା ଡିଲ୍ କରିଥିଲେ।
ଏହି ପ୍ରଲୋଭନରେ ପଡି ଦୁଇ ବେପାରୀ ଭୁବନେଶ୍ୱର ପହଞ୍ଚିଥିଲେ। ଗତରାତି ଖାରବେଳନଗର, ୟୁନିଟ–3 ଅଞ୍ଚଳକୁ ଡିଲ୍ ପାଇଁ ଆସିବା ସମୟରେ ଏସସିୟୁ ଟିମ୍ ସଫଳ ଅଭିଯାନ ଚାଲି ସେମାନଙ୍କୁ କାବୁ କରିଥିଲା।ବଡ ଲୁଟ୍ ଯୋଜନା ପାଇଁ ଥିଲେ ଆସିଥିବାପୋଲିସ ତଦନ୍ତରୁ ଜଣାଯାଇଛି ଯେ, ଅଭିଯୁକ୍ତମାନେ ଓଡିଶାରେ ଏକ ବଡ ଲୁଟ୍ ଘଟଣା ଘଟାଇବା ପାଇଁ ଯୋଜନା କରୁଥିଲେ। ସେହିପାଇଁ ବିହାରରୁ ଅସ୍ତ୍ର ଆଣି ଡିଲ୍ କରାଯାଉଥିଲା।ପୋଲିସ କହିଛି ଯେ, ଏହି ଗିରଫ ଅନ୍ତଃରାଜ୍ୟ ଅସ୍ତ୍ର ଚୋରାଚାଳାନ ଚକ୍ରକୁ ଭାଙ୍ଗିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

