Sat. Feb 21st, 2026

ନ୍ୟୁଜ ଡେକ୍ସ : ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ‘ଦ ପ୍ରେମିୟର ମିଡ଼ିଆ’ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା’ ପାଇଁ ଓଡ଼ିଶାର ନିର୍ଦ୍ଦେଶକ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି।୨୩ ମିନିଟ ଅବଧିର ଏହି ପ୍ରାମାଣିକ ଚଳଚ୍ଚିତ୍ରଟି ଓଡ଼ିଆ ଅସ୍ମିତା ବହନ କରୁଥିବା ବାଲୁକା କଳାର ସୌନ୍ଦର୍ଯ୍ୟ ଓ ମହତ୍ତ୍ୱକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରିଛି।

ଚଳଚ୍ଚିତ୍ରଟି ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ, ଏବଂ ରମାକାନ୍ତ ମିଶ୍ରଙ୍କ ସୁନ୍ଦର ବର୍ଣ୍ଣନା ଏହାକୁ ଆହୁରି ଆକର୍ଷଣୀୟ କରିଛି।ଜାନୁଆରୀ ୨୫ ତାରିଖରେ କୋଲକାତାର Rotary ସଦନରେ ଅନୁଷ୍ଠିତ ଫେଷ୍ଟିଭାଲରେ ସନ୍ତୋଷ ପଣ୍ଡା ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ ଏବଂ ଚଳଚ୍ଚିତ୍ର ସମ୍ପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଅନେକ ପ୍ରସିଦ୍ଧ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀ ଅଂଶଗ୍ରହଣ କରିଥିଲେ। ବାଲୁକା କଳାକୁ ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଚାର କରିପାରିଥିବାରୁ ସନ୍ତୋଷ ପଣ୍ଡା ଗର୍ବିତ ବୋଲି ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ତାଙ୍କର ଅନେକ ଚଳଚ୍ଚିତ୍ର ପୂର୍ବରୁ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛି।

Leave a Reply

Your email address will not be published. Required fields are marked *