ନ୍ୟୁଜ ଡେକ୍ସ : ଭାରତ ସରକାର ଆମେରିକା ପାଇଁ ଅଧିକାଂଶ ଡାକ ସେବାକୁ ଅସ୍ଥାୟୀ ଭାବେ ନିଲମ୍ୱିତ କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ୨୫ ଅଗଷ୍ଟରୁ ପ୍ରଭାବୀ ହୋଇଯିବ। ସରକାରଙ୍କର ପଦକ୍ଷେପ ଆମେରିକୀୟ ସୀମା ଶୁଳ୍କ ପ୍ରଶାସନ (ୟୁଏସ୍ କଷ୍ଟମ୍ସ ଆଣ୍ଡ ବର୍ଡର ପ୍ରୋଟେକ୍ସନ)ର ଏକ ନୂଆ ନିର୍ଦ୍ଦେଶର କାରଣ ଭାବେ ନିଆଯାଇଛି।
ଏହି ନିର୍ଦ୍ଦେଶ ଅନୁସାରେ, ଆମେରିକା ଅନ୍ତର୍ଜାତୀୟ ଡାକ ପ୍ୟାକେଜ୍ ଉପରେ ଦୃଢ ନିୟମ ଲାଗୁ କରିଛି। ୩୦ ଜୁଲାଇ ୨୦୨୫ରେ ଆମେରିକା ଏକ ନୂତନ ନିୟମ କାର୍ଯ୍ୟନିର୍ବାହୀ ଅର୍ଡର ନଂ ୧୪୩୨୪ ଜାରି କରିଥିଲା, ଯାହା ଅଧୀନରେ ୮୦୦ ଡଲାର ପର୍ଯ୍ୟନ୍ତ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ଼କୁ ଉଚ୍ଛେଦ କରାଯାଇଛି। ତେବେ ଅଗଷ୍ଟ ୨୯ରୁ ଆମେରିକାକୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ କଷ୍ଟମ ଶୁଳ୍କ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ବିବୃତ୍ତି ଅନୁସାରେ, ଏହି ପଦକ୍ଷେପ ଆମେରିକା ପ୍ରଶାସନ ଦ୍ୱାରା ୩୦ ଜୁଲାଇରେ ଜାରି କାର୍ଯ୍ୟକାରୀ ନିର୍ଦ୍ଦେଶ ପରେ ନିଆଯାଇଛି, ଯେଉଁଥିରେ ୮୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟ ଥିବା ସାମଗ୍ରୀ ପାଇଁ ଡ୍ୟୁଟି ମୁକ୍ତ ଡି ମିନିମିସ ଛାଡ଼କୁ ପ୍ରତ୍ୟାହାର କରି ନେଇଛି। ଏହି ଛାଡ଼ ପୂର୍ବରୁ କମ୍ ମୂଲ୍ୟର ଜିନିଷକୁ ବିନା ସୀମା ଶୁଳ୍କରେ ଆମେରିକାରେ ପ୍ରବେଶର ଅନୁମତି ଦେଇ ଥିଲା।୨୯ ଅଗଷ୍ଟରୁ ଆମେରିକା ପଠାଯାଉ ଥିବା ପ୍ରତି ମୂଲ୍ୟର ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଲାଗିବ। ଏହି ଡ୍ୟୁଟି ଅନ୍ତର୍ଜାତୀୟ ଜରୁରିକାଳୀନ ଆର୍ଥିକ ଶକ୍ତି ଅଧିନିୟ ( IEEPA) ଅନୁସାରେ ସ୍ଥିର ଟାରିଫ୍ ଢାଞ୍ଚା ଅନୁସାରେ ଆଦାୟ କରାଯିବ। ହେଲେ ୧୦୦ ଡଲାର ଯାଏ ଗିଫ୍ଟ ଆଇଟମ୍ ଏହି ନୂଆ ଡ୍ୟୁଟିରେ ମୁକ୍ତ ରହିବ।
ସିବିପିର ନୂଆ ନିୟମର କ୍ରିୟାନ୍ୱୟନର ଟେକ୍ନିକାଲ ଓ ପରିଚାଳନା ପ୍ରସ୍ତୁତି ଗୁଡ଼ିକର ଅଭାବର ଉଲ୍ଲେଖ ଦେଇ, ଆମେରିକା –ଆଧାରିତ ଏୟାର କ୍ୟାରିୟର୍ସ ୨୫ ଅଗଷ୍ଟ ପରେ ୟୁଏସ –ବାଉଣ୍ଡ ଅନ୍ତର୍ଜାତୀୟ ମେଲ୍ ନେବାରେ ଅସମର୍ଥତା ପ୍ରକାଶ କରିଛି। ଏହି କାରଣରୁ ଡାକ ବିଭାଗ ନିଷ୍ପତ୍ତି ନେଇଛି ଯେ , ଆଗାମୀ ସୂଚନା ଆସିବା ଯାଏ ଆମେରିକା ଯିବାକୁ ଥିବା ଅଧିକାଂଶ ଇଣ୍ଟରନ୍ୟାସନାଲ ପୋଷ୍ଟାଲ ଆର୍ଟିକଲ୍ସର ବୁକିଂ / ଡିସ୍ପାଚ୍ ରୋକା ଯିବ।
