Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଗଞ୍ଜେଇ ଚେକିଂ ପାଇଁ ଅବକାରୀ ବିଭାଗ ତହସିଲ ଛକରେ ଜଗିଥିଲା ।

ଏହି ସମୟରେ ଏକ ସ୍କର୍ପିଓ ଗାଡ଼ି ସେହି ରାସ୍ତା ଦେଇ ଯିବାବେଳେ ଗାଡ଼ିକୁ ଚେକିଂ କରିଥିଲା ଅବକାରୀ ବିଭାଗ ।ଚେକିଂ ବେଳେ ଗାଡିରୁ ଗଞ୍ଜେଇ ବଦଳରେ ମିଳିଥିଲା ରୁପା । ଯାହାକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇପାରିନଥିଲେ ସ୍କର୍ପିଓ ଡ୍ରାଇଭର । ଜବତ ରୁପାର ଓଜନ ୧୧୦ କେଜି ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।

କାର ଭିତରେ ସିକ୍ରେଟ ଚାମ୍ବର କରି ରୂପା ଇଟା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଏହି ରୂପା ଇଟାକୁ ମାଫିଆମାନେ ରାଞ୍ଚିକୁ ଚାଲାଣ କରୁଥିଲେ ମାଫିଆ । ଏକ କାରକୁ ସୁନ୍ଦରଭାବେ ସଜ୍ଜିତ କରି ସେଥିରେ ରୂପା ଇଟା ନେଇ ଯାଉଥିଲେ । ତେବେ ଅବକାରୀ ବିଭାଗ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *