Sat. Feb 21st, 2026

ନ୍ୟୁଜ ଡେକ୍ସ : ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ‘ଅବତାର’ ଫ୍ରାଞ୍ଚାଇଜର ତୃତୀୟ କିସ୍ତି ‘ଅବତାର: ଫାୟାର ଆଣ୍ଡ୍ ଆସ୍’ ଭାରତୀୟ ବକ୍ସ ଅଫିସରେ ଜୋରଦାର ଏଣ୍ଟ୍ରି କରିଛି। ୧୯ ଡିସେମ୍ବରରେ ବଡ଼ ପରଦାରେ ମୁକ୍ତିଲାଭ କରିଥିବା ଏହି ହଲିଉଡ୍ ମହାଚଳଚ୍ଚିତ୍ର ମୁକ୍ତି ସହିତ ସହିତ ଦର୍ଶକଙ୍କ ମଧ୍ୟରେ ଭାରି କ୍ରେଜ୍ ସୃଷ୍ଟି କରିଛି।ସାକନିଲ୍କର ରିପୋର୍ଟ ଅନୁଯାୟୀ, ‘ଅବତାର: ଫାୟାର ଆଣ୍ଡ୍ ଆସ୍’ ଭାରତୀୟ ବକ୍ସ ଅଫିସରେ ପ୍ରଥମ ଦିନରେ ପ୍ରାୟ ୨୦ କୋଟି ଟଙ୍କା ଆୟ କରି ଖାତା ଖୋଲିଛି।

ଚଳଚ୍ଚିତ୍ରଟିର ଓପନିଂ ଏତେ ଦମଦାର ଥିଲା ଯେ ବଡ଼ ବଲିଉଡ୍ ଫିଲ୍ମଗୁଡ଼ିକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଦେଇଛି।ଥିଏଟର ଅକୁପାନ୍ସି ଦୃଷ୍ଟିରୁ ମଧ୍ୟ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି। ଇଂରାଜୀ ଭାଷାରେ ଏହାର ଅକୁପାନ୍ସି ୬୯.୬୮ ପ୍ରତିଶତ ରେକର୍ଡ ହୋଇଥିବାବେଳେ, ହିନ୍ଦୀ ଭାର୍ସନରେ ୬୬.୧ ପ୍ରତିଶତ ଦର୍ଶକ ଉପସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ବକ୍ସ ଅଫିସରେ ଚାଲିଥିବା ‘ଧୁରନ୍ଧର’ର କ୍ରେଜ୍ ମଧ୍ୟରେ ‘ଅବତାର: ଫାୟାର ଆଣ୍ଡ୍ ଆସ୍’ ଏକ କଡ଼ା ପ୍ରତିଯୋଗିତା ଦେଇଛି। ତଥାପି, ଏହି ଫିଲ୍ମଟି ଏହାର ପୂର୍ବ ଫ୍ରାଞ୍ଚାଇଜ୍ ‘ଅବତାର: ଦି ୱେ ଅଫ୍ ୱାଟର’ ର ରେକର୍ଡ ଭାଙ୍ଗିପାରିନାହିଁ। ଉଲ୍ଲେଖନୀୟ ଯେ, ‘ଦି ୱେ ଅଫ୍ ୱାଟର’ ଭାରତରେ ୪୮ କୋଟି ଟଙ୍କା ସହିତ ବ୍ଲକବଷ୍ଟର ଓପନିଂ କରିଥିଲା।

ଅନ୍ତର୍ଜାତୀୟ ବକ୍ସ ଅଫିସରେ ମଧ୍ୟ ଫିଲ୍ମଟିର ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ଏହା ପ୍ରାୟ ୪୩.୧ ମିଲିୟନ ଡଲାର ଆୟ କରିଥିବାବେଳେ, କେବଳ ଯୁକ୍ତରାଷ୍ଟ୍ରରେ ଏହି ଆୟ ୩୭ ମିଲିୟନ ଡଲାର ଅତିକ୍ରମ କରିଛି।ଏବେ ‘ଧୁରନ୍ଧର’ର କ୍ରେଜ୍ ମଧ୍ୟରେ ‘ଅବତାର: ଫାୟାର ଆଣ୍ଡ୍ ଆସ୍’ ଭାରତୀୟ ବକ୍ସ ଅଫିସରେ ମୋଟ୍ କେତେ ରୋଜଗାର କରିପାରିବ, ସେଥିପାଇଁ ଚଳଚ୍ଚିତ୍ର ପ୍ରେମୀମାନେ ଅପେକ୍ଷାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *