ନ୍ୟୁଜ ଡେକ୍ସ : ସୋମବାରରେ କାର୍ଯ୍ୟରେ ଯୋଗ ଦେଇପାରନ୍ତି ଅମଲା କର୍ମଚାରୀ । ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ବୟାନ ଦେଇଛନ୍ତି । କିଛି ସଂଘର ନେତା ବିରୋଧୀଙ୍କ ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି । ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି ।
ବିଭିନ୍ନ ମହଲରୁ ତଥ୍ୟ ଆସୁଛି । ମନ୍ତ୍ରୀ କହିଛନ୍ତି, ଏଇଟା ମୋ ପରିବାରର ସମସ୍ୟା। ସମାଧାନ ପାଇଁ ସମୟ ଲାଗିବ। ଵିଧି ବ୍ୟବସ୍ଥା ଭିତରେ ହେବ କ୍ୟାଡର ପୁନର୍ଗଠନ ହେବ। ଏହି ପ୍ରକ୍ରିୟା ଶେଷ ସୋପାନରେ ଅଛି। ବିଗତ ସରକାର ଯେତେ ସମସ୍ୟା ଛାଡ଼ିକି ଯାଇଛନ୍ତି ଗୋଟିଏ ଵି ସମସ୍ୟାର ସମଧାନ କରି ନାହାନ୍ତି ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି। ସେମାନେ ତାଙ୍କୁ ଚିହ୍ନନ୍ତୁ। ସେମାନେ ମଙ୍ଗଳ ଚାହୁଁ ନାହାନ୍ତି, ଲୋକଙ୍କ ହଇରାଣ ନପକେଇ କାର୍ଯ୍ୟରେ ଯୋଗ ଦିଅନ୍ତୁ।
କିଛି ଲୋକ ଅଛନ୍ତି ସେମାନେ ଏବେ ଵି ଭାବୁଛନ୍ତି ବିଜେଡି ସରକାର ଚାଲିଛି।୮ ହଜାର ଅମଲାଙ୍କୁ ଆନ୍ଦୋଳନ କୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବ କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରି ପାରୁ ନାହାନ୍ତି ମୁଁ ପୁରା ବିଜେଡିକୁ କାଠଗଡ଼ରେ ଛିଡା କରିବାକୁ ଚାହେଁ ନାହିଁ। କିନ୍ତୁ ସେ ସରକାରରେ ଯେଉଁମାନେ ପାୱାରଫୁଲ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରୁଥିଲେ, ସେମାନେ ହଜମ କରି ପାରୁ ନାହାନ୍ତି। କେମିତି ଏଇ ସରକାର ଗଲେ ସେମାନେ ପୁଣି କ୍ଷମତାକୁ ପଳେଇ ଆସିବେ। ହେଲେ ସେମାନଙ୍କୁ ଜଣା ନାହିଁ ଯେ ଏ ସରକାର ଯିବାର ନାହିଁ।
