Wed. Oct 22nd, 2025

ନ୍ୟୁଜ ଡେକ୍ସ : ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟା ନଗରୀରେ ବିଶ୍ୱ ରେକର୍ଡ ସୃଷ୍ଟିର ଲହରୀ ଚାଲିଛି। ଶନିବାର ସନ୍ଧ୍ୟାରେ ସରୟୁ ନଦୀ କୂଳରେ ଅନୁଷ୍ଠିତ ସରୟୁ ଆରତୀରେ ୨୧,୦୦୦ରୁ ଅଧିକ ଭକ୍ତ ଅଂଶଗ୍ରହଣ କରି ଏକ ନୂତନ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗିନିଜ୍ ବିଶ୍ୱ ରେକର୍ଡ ଅଧିକାରୀ ନିଶ୍ଚଳ ବାରୋଟ୍ କହିଛନ୍ତି, QR କୋଡ୍ ସ୍କାନିଂ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ଗଣନା କରାଯାଇଥିଲା।

ସେଠାରେ ୨୧୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ, ଯାହା ପୂର୍ବ ରେକର୍ଡ ୧୭୭୪ ଜଣକୁ ଭାଙ୍ଗି ଦେଲା। ଏହି ରେକର୍ଡର ଆନୁଷ୍ଠାନିକ ଘୋଷଣା ରବିବାର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ମଞ୍ଚ ଉପରେ କରାଯିବ। ଏହି ସହିତ ରବିବାର ଦିନ ହେବ ନବମ ଦୀପୋତ୍ସବର ମହା ସମାରୋହ, ଯେଉଁଠାରେ ୨୯ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରି ଆହୁରି ଏକ ବିଶ୍ୱ ରେକର୍ଡ ସ୍ଥାପନ କରାଯିବାର ଯୋଜନା ରହିଛି। ପ୍ରାୟ ୩୦,୦୦୦ ସ୍ୱେଚ୍ଛାସେବୀ ରାମ କି ପୈଦି ଅଞ୍ଚଳର ୫୬ଟି ଘାଟରେ ଦୀପ ସଜାଇଛନ୍ତି।

ଗିନିଜ୍ ଟିମ୍ ଡ୍ରୋନ୍ ସାହାଯ୍ୟରେ ଦୀପଗୁଡିକର ଗଣନା କରାଯିବ। ଦୀପୋତ୍ସବ ପାଇଁ ଅଯୋଧ୍ୟାକୁ ନବବଧୂ ପରି ସଜାଯାଇଛି। ସାରା ନଗରୀ ଆଲୋକ, ରଙ୍ଗ ଓ ସଂସ୍କୃତିର ଉଜ୍ଜ୍ୱଳତାରେ ଦିପ୍ତିତ। ଏହି ଆଲୋକ ପର୍ବ ମାଧ୍ୟମରେ କେବଳ ଧାର୍ମିକ ଉତ୍ସାହ ନୁହେଁ, ବରଂ ବିଶ୍ୱ ସ୍ତରରେ ଅଯୋଧ୍ୟାର ପରିଚୟକୁ ଆହୁରି ମଜବୁତ କରିବ ବୋଲି ଆୟୋଜକମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *