ନ୍ୟୁଜ ଡେକ୍ସ: ଅଯୋଧ୍ୟାରେ ବସିଲା ଶ୍ରୀରାମଙ୍କ ଦରବାର। ବିରାଜିଲେ ଶ୍ରୀରାମ। ପ୍ରଭୁ ଶ୍ରୀରାମ ଓ ମାଆ ସୀତାଙ୍କ ପ୍ରଥମ ଝଲକ। ଶ୍ରୀରାମ, ମାଆ ସୀତା, ଲକ୍ଷ୍ଣଣ ଓ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା। ପାଖରେ ଅଛନ୍ତି ଭାଇ ଭରତ ଓ ଶତ୍ରୁଘ୍ନ।
ପିଟିଆଇ ସହିତ କଥାବାର୍ତ୍ତା କରି ଅଯୋଧ୍ୟାର ରସିକ ନିବାସ ମନ୍ଦିରର ମୁଖ୍ୟ ପୁରୋହିତ ମହନ୍ତ ରଘୁବର ଶରଣ କହିଛନ୍ତି, “ଏହି ବର୍ଷ, ଗଙ୍ଗା ଦଶହରା କେବଳ ପବିତ୍ର ନୁହେଁ ବରଂ ଐତିହାସିକ ମଧ୍ୟ ହେବ, କାରଣ 500 ବର୍ଷର ଦୀର୍ଘ ସଂଘର୍ଷ ପରେ, ‘ରାଜା ରାମ’ ନାମରେ ପରିଚିତ ପ୍ରଭୁ ଶ୍ରୀରାମଙ୍କୁ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରଥମ ମହଲାରେ ବିଧିବଦ୍ଧ ଭାବେ ସ୍ଥାପନ କରାଯିବ। ଏହି ଅବସରରେ ଅଯୋଧ୍ୟାରେ ଉତ୍ସାହ, ଭକ୍ତି ଏବଂ ଆଧ୍ୟାତ୍ମିକତାର ଏକ ଅନନ୍ୟ ମିଶ୍ରଣ ଦେଖାଯିବ।” ରାମ ମନ୍ଦିର ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଦ୍ୱାରା ପବିତ୍ର ପୂଜା ଉତ୍ସବ ସକାଳ 11ଟା 25ରୁ 11ଟା 40 ମଧ୍ୟରେ ଅନୁଷ୍ଠିତ ହୋଇଛି। ଏଥିପାଇଁ ପୂଜା ସ୍ଥଳରେ ଉପସ୍ଥିତ ଅଛନ୍ତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ରାମ ଦରବାର ସମେତ ଆଠଟି ମନ୍ଦିରରେ ଥିବା ଦେବତାଙ୍କ ପ୍ରତିମାମାନଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରଥମ ଦିନରେ, ଯଜ୍ଞଶାଳାରେ ବିଭିନ୍ନ ଶାସ୍ତ୍ରୀୟ ରୀତିନୀତି ଆରମ୍ଭ ହୋଇଥିଲା । ଜୁନ୍ ୩ ଏବଂ ୪ ରେ, ଅଗ୍ନି ହୋମ, ହନୁମାନ ଚାଳିଶା, ରାମ ରକ୍ଷା ସ୍ତୋତ୍ର ପାଠ ଏବଂ ଭଜନ କୀର୍ତ୍ତନ ୧୨ ଘଣ୍ଟା ଧରି ବୈଦିକ ମନ୍ତ୍ର ସହିତ କରାଯାଇଥିଲା। ରାମ ଦରବାରର ଏହି ଚିତ୍ରଗୁଡ଼ିକ ଆପଣଙ୍କୁ ମଧ୍ୟ ବିମୋହିତ କରିବ।
