ନ୍ୟୁଜ ଡେକ୍ସ : କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (Additional Chief Secretary) ଭାବେ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ମଧ୍ୟ ସେ କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ଦାୟିତ୍ୱ ଜାରି ରଖିବେ।
୧୯୯୬ ବ୍ୟାଚର ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ପାଢ଼ୀଙ୍କୁ ପେ-ମ୍ୟାଟ୍ରିକ୍ସର ଲେଭେଲ–୧୭କୁ ପଦୋନ୍ନତି ଦିଆଯାଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି।ଏହିପରିପ୍ରେକ୍ଷିତରେ ମନୋଜ ଆହୁଜାଙ୍କ ଅବସର ପରେ ଓଡ଼ିଶାର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେଇଛନ୍ତି।
୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସମାପ୍ତ ହୋଇଥିଲା। ଗତକାଲି ୪୭ତମ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଇତିହାସ ରଚନା କରିଛନ୍ତି।

