ନ୍ୟୁଜ ଡେକ୍ସ: ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ଆଜିଠୁ ୟୁନିଟ୍-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଦିବ୍ୟାଙ୍ଗମାନଙ୍କ କଥା ଶୁଣିଛନ୍ତି । ତେଣୁ ସକାଳ ୮ଟା ସୁଦ୍ଧା ଅଭିଯୋଗକାରୀ ଆସି ୟୁନିଟ-୨ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ପହଞ୍ଚିବାକୁ ପଡିବ । ଅଭିଯୋଗକାରୀ ଆସିବା ବେଳେ ପଞ୍ଜୀକରଣ ପ୍ରାପ୍ତିସ୍ୱୀକାର ପତ୍ର, ପରିଚୟପତ୍ର ତଥା ଅଭିଯୋଗପତ୍ର ଆଣିବାକୁ ପଡ଼ିବ ।
ସୂଚନାଯୋଗ୍ୟଯେ, ଜନଶୁଣାଣି ପାଇଁ ୧୬ ତାରିଖଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ସର୍ବାଧିକ ୧୦୦୦ ଜଣ ସେମାନଙ୍କ ନାଁ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଥିଲା ।
