Mon. Dec 23rd, 2024

ନ୍ୟୁଜ ଡେକ୍ସ: ଅସନ୍ତୋଷ ଝାଡିଲେ ହବିଷ୍ୟାଳି | ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି।

ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଭିଡ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୮ତାରିଖରୁ କେବଳ ସିଂହଦ୍ବାର ଏବଂ ପଶ୍ଚିମ ଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଏହାରି ମଧ୍ୟରେ ଆଜି ହବିଷ୍ୟାଳି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବୃନ୍ଦାବତୀ ନିବାସରେ ହବିଷ୍ୟାଳିମାନେ ଆନ୍ଦୋଳନ କରିଛନ୍ତି।

ପଞ୍ଜୀକରଣ କରିନଥିବା ହବିଷ୍ୟାଳିମାନେ ରହିଣୀ ଦାବି କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଏହାକୁ ନେଇ ଆନ୍ଦୋଳନକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ବୁଝାସୁଝା କରିବା ସହିତ ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ ଓ ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ ବୋଲି ଉପଜିଲ୍ଲାପାଳ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *