Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଗାମୀ ତିନି ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ସୃଷ୍ଟି ହୋଇପାରେ । ୫ ଓ ୬ ତାରିଖରେ ବି ଅସମ୍ଭାଳ ତାତିରୁ ନିସ୍ତାର ମିଳିବନି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଜଗତସିଂହପୁର ଓ ପୁରୀରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ।

ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ। ଗୁରୁବାର ଓ ଶୁକ୍ରବାର ମଧ୍ୟ ଗ୍ରୀଷ୍ମପ୍ରବାହ ରହିପାରେ। ଏହି ତିନି ଦିନ କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।ତେବେ ମଙ୍ଗଳବାର ଦିନରେ ତତାଇବା ପରେ ଅପରାହ୍ନରେ ରାଜଧାନୀରେ ନିର୍ଧୁମ ବର୍ଷା ହୋଇଛି।ମାତ୍ର ଘଣ୍ଟାଏ ଭିତରେ ପ୍ରାୟ ୬୦ମିମି ବର୍ଷା ହୋଇଥିଲା। ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଥିଲା ।

ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଥିଲା । ସହରର ଗଳିକନ୍ଦି ଓ ପ୍ରମୁଖ ରାସ୍ତାରେ ପାଣିର ସୁଅ ଚାଲିଥିଲା । ଏକାଧିକ ସହରରେ ତାତି ୪୦ ଡିଗ୍ରୀ ପାଖାପାଖି ରହିଥିଲା। ତାଳଚେରରେ ୩୯.୬, ବାଲେଶ୍ୱର ଓ ସମ୍ବଲପୁରରେ ୩୯.୫ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୪, ଖୋର୍ଦ୍ଧାରେ ୩୯, ବୌଦ୍ଧରେ ୩୮.୮, ବଲାଙ୍ଗିରରେ ୩୮, ନୟାଗଡ଼ରେ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *