ନ୍ୟୁଜ ଡେକ୍ସ: ରତ୍ନାକର ସାହୁ ଅସୁସ୍ଥ। ଅତିରିକ୍ତ କମିସନର ରତ୍ନାକର ସାହୁ ବେହୋସ୍। BMC ଅଫିସରେ କାମ କରୁଥିବା ବେଳେ ଚେତାଶୂନ୍ୟ ହେଲେ ଅତିରିକ୍ତ କମିସନର ରତ୍ନାକର ସାହୁ। ଦୁଇ ଦିନ ତଳେ BMC ଅଫିସରେ ଅତିରିକ୍ତ କମିସନରଙ୍କୁ ହୋଇଥିଲା ଆକ୍ରମଣ। ବିଧା ଗୋଇଠା ଥୋଇ ଦେଇଥିଲେ ଆକ୍ରମଣକାରୀ। ଯାହାକୁ ନେଇ ଏବେ ପୁରା ରାଜ୍ୟରେ ହଇଚଇ।
ସୂଚନାଯୋଗ୍ୟ,ଗତ ସୋମବାର ବିଏମସି ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ।ଗତ ସୋମବାର ଦିନ ଆକ୍ରମଣ ଯୋଗୁଁ ଅତିରିକ୍ତ କମିଶନର ରତ୍ନାକର ସାହୁ ଆଜି ଅପରାହ୍ଣରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ରତ୍ନାକର ସାହୁଙ୍କ ଛାତିରେ ଯନ୍ତ୍ରଣା ହୋଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ଆକ୍ରମଣର ଶିକାର ହେଲା ପରେ ରତ୍ନାକର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି।
ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ଗତ ସୋମବାର ଦିନ ତିନିଜଣ ଅଭିଯୁକ୍ତ (ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ)ଙ୍କୁ ଗିରଫ କରିଥିଲା। ଅନ୍ୟପଟେ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ପରେ ଏବେ ମେୟରଙ୍କୁ ଘାରିଛି ବିଏମସି ଅଫିସ ସୁରକ୍ଷା ଚିନ୍ତା । ଏନେଇ ମେୟର ସୁଲୋଚନା ଦାସ ବିଏମସି ଅଫିସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଯିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମେୟର ।
