ନ୍ୟୁଜ ଡେକ୍ସ: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଧରମ ହାଂସଦା ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ରୀନା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି।
ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ବଦଳି ନାହାନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଦାୟିତ୍ବରେ ରହିବେ ଶ୍ରୀକାନ୍ତ ତରାଇ।
ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କୁ ମିଳିବ ଯୁଗ୍ମ ସଚିବ ପାହ୍ୟା। ପ୍ରତାପ ହୋତାଙ୍କୁ ସଂସଦୀୟ ବ୍ୟାପାର ଯୁଗ୍ମ ସଚିବ ଓ ଗୀତାରାଣୀ ପଟ୍ଟନାୟକଙ୍କୁ ଗ୍ରାମ୍ୟ ଉନ୍ନୟନ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
