ନ୍ୟୁଜ ଡେକ୍ସ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି। ସେ କହିଛନ୍ତି, “ମୋ ଜୀବନ ପ୍ରତି ବିପଦ ଅଛି। ମୋ ପୁଅ ପାଖକୁ ବାରମ୍ବାର ଧମକପୂର୍ଣ୍ଣ ଫୋନ କଲ୍ ଆସୁଛି, ମାମଲା ପ୍ରତ୍ୟାହାର କରିବାକୁ ଚାପ ଦିଆଯାଉଛି।”
ସୁସ୍ମିତା ଆହୁରି ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ସେ ହତ୍ୟା ଧମକ ମିଳୁଛି। “ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ। ଯେମିତି ମୋ ସ୍ବାମୀଙ୍କୁ ସେମାନେ ମାରିଥିଲେ, ସେମାନଙ୍କୁ ସେମିତି ଦଣ୍ଡ ମିଳୁ,” — ଏଭଳି ଆବେଗପୂର୍ଣ୍ଣ ଭାବେ ସେ ମାଗଣା କରିଛନ୍ତି।ସୁସ୍ମିତା ପଣ୍ଡା କହିଛନ୍ତି, “ପୀତବାସଙ୍କ ହତ୍ୟା ପରେ ବିକ୍ରମ ପଣ୍ଡା ସମବେଦନା ଜଣାଇବାକୁ ଆମ ଘରକୁ ଆସିଥିଲେ। ଏବେ ଜାଣିଲୁ ଯେ ହତ୍ୟା ପଛରେ ତାଙ୍କ ସମ୍ପୃକ୍ତି ଅଛି, ଏହା ଆଶ୍ଚର୍ଯ୍ୟକର।” ଏହି ସାମ୍ବାଦିକ ସମ୍ମିଳନୀ ପରେ ପୋଲିସ ପୀତବାସ ପଣ୍ଡାଙ୍କ ପରିବାର ପାଇଁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରିଛି।
ସେମାନଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି।ଏପରି ସମୟରେ, ହତ୍ୟା ମାମଲାରେ ଜଡିତ ୬ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇ ତଦନ୍ତ ଆରମ୍ଭ କରିଛି। ପୋଲିସ ମଧ୍ୟ ଏହି ଧମକ ଫୋନ ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ରଜୁ ହୋଇଛି ବୋଲି ସୂଚନା ମିଳିଛି।ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ନ୍ୟାୟ ପାଇଁ ସୁସ୍ମିତା ପଣ୍ଡାଙ୍କ ଆବେଦନ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି।

