Thu. Mar 5th, 2026

ନ୍ୟୁଜ ଡେକ୍ସ : Indian Premier League ୨୦୨୬ ସଂସ୍କରଣର କାର୍ଯ୍ୟସୂଚୀ ଦୁଇଟି ପର୍ଯ୍ୟାୟରେ ରିଲିଜ କରାଯିବ। ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲ ଏହି ନିଷ୍ପତି ନେଇଥିବା ସୂଚନା ମିଳିଛି। ପ୍ରଥମ ପାର୍ଟ ୬ରୁ ୭ ମାର୍ଚ୍ଚ ମଧ୍ୟରେ ଘୋଷଣା କରାଯିବ। ଦ୍ୱିତୀୟ ପାର୍ଟ କେବେ ପ୍ରକାଶ ପାଇବ ସେଥିପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ।ପଶ୍ଚିମବଙ୍ଗ, ତାମିଲନାଡୁ ସହିତ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି।

ମାର୍ଚ୍ଚ ୨୮ କିମ୍ବା ୨୯ ତାରିଖରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ମେ ୩୧ରେ ଫାଇନାଲ ମ୍ୟାଚ ଖେଳାଯିବ।କର୍ଣ୍ଣାଟକ କ୍ରିକେଟ ଆସୋସିଏଶନର ସମ୍ପାଦକ ସନ୍ତୋଷ ମେନନ ସୂଚନା ଦେଇଛନ୍ତି ଯେ, ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଓପନିଂ ଓ ଫାଇନାଲ ମ୍ୟାଚ ଆୟୋଜିତ ହେବ। ପରମ୍ପରା ଅନୁଯାୟୀ ଚାମ୍ପିୟନ ଦଳର ହୋମଗ୍ରାଉଣ୍ଡରେ ଓପନିଂ ମ୍ୟାଚ, କ୍ୱାଲିଫାୟର-୨ ଓ ଫାଇନାଲ ମ୍ୟାଚ ଖେଳାଯାଇଥାଏ। ଗତ ସଂସ୍କରଣରେ Royal Challengers Bengaluru ଦୀର୍ଘ ଦିନ ପରେ ଚାମ୍ପିୟନ ହୋଇଥିବାରୁ ଏଥର ସେମାନଙ୍କ ହୋମଗ୍ରାଉଣ୍ଡରେ ଏହି ମ୍ୟାଚଗୁଡ଼ିକ ଖେଳାଯିବ। ଆରସିବି ଏଥର ଚିନ୍ନାସ୍ୱାମୀରେ ୫ଟି ମ୍ୟାଚ ଖେଳିବ। ଅନ୍ୟପଟେ Chennai Super Kings, Kolkata Knight Riders ଓ Rajasthan Royals ଏଥର ଘରୋଇ ପିଚରେ କମ୍ ମ୍ୟାଚ ଖେଳିବେ ବୋଲି ଜଣାପଡ଼ିଛି।

ଗତ ବର୍ଷ ଆରସିବି ଚାମ୍ପିୟନ ହେବା ପରେ ପ୍ରଶଂସକମାନେ ବିଜୟ ଉତ୍ସବ ମନାଉଥିବା ବେଳେ ଅତ୍ୟଧିକ ଭୀଡ଼ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଓ ଅନେକଙ୍କ ଆହତ ହେବା ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ ଆୟୋଜନ ଉପରେ କଟକଣା ଲଗାଯାଇଥିଲା। ଏବେ Board of Control for Cricket in India ଏହି ପ୍ରତିବନ୍ଧକୁ ହଟାଇ ଦେଇଥିବାରୁ ଷ୍ଟାଡିୟମରେ ପୁଣିଥରେ ଆଇପିଏଲ ମ୍ୟାଚ ଖେଳାଯିବ।

Leave a Reply

Your email address will not be published. Required fields are marked *