Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଇସ୍କ୍ରିମ୍ କାଠି ଓ ତୁଳସୀ ମାଳିରେ ତିଆରି ହୋଇଛି କୁନି ନନ୍ଦିଘୋଷ। ଆଉ ଏହି କୁନି ନନ୍ଦିଘୋଷକୁ ବିଜେ ହୋଇଛନ୍ତି ସ୍ଵୟଂ ଜଗନ୍ନାଥ। ପୁରୀ ସହରର ସିଦ୍ଧମହାବୀର ନିକଟ କୁମୁଡ଼ି ପାଟଣାର ବିଶ୍ବଜିତ ନାୟକ ଏହି କୁନି ନନ୍ଦିଘୋଷ ତିଆରି କରିଛନ୍ତି।

ଆଇସ୍କ୍ରିମ୍ କାଠି, ତୁଳସୀ ମାଲି ଏବଂ ଅଠା ବ୍ୟବହାର କରି ସେ ନିଖୁଣ ଭାବରେ ଏକ କ୍ଷୁଦ୍ର ରଥ ତିଆରି କରିଛନ୍ତି।ସେ ତିଆରି କରିଥିବା ରଥର ଉଚ୍ଚତା ୮ ଇଞ୍ଚ ଓ ପ୍ରସ୍ଥ ୭ ଇଞ୍ଚ, ମୋଟ ୧୭୫ଟି ଆଇସକ୍ରିମ କାଠି ଏବଂ ୫୫୧ଟି ତୁଳସୀ ମାଳି ବ୍ୟବହାର କରାଯାଇଛି ।

ଏହି ଜଟିଳ କାରିଗରୀକୁ ସମ୍ପୂର୍ଣ୍ଣ କରିବାକୁ ବିଶ୍ବଜିତଙ୍କୁ ୬ ଦିନ ଲାଗିଥିଲା । ଏହି କଳାକୃତି ପାଇଁ ସେ ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରିଛନ୍ତି । ସେ ଏହି ରଥକୁ ଭକ୍ତମାନଙ୍କ ପାଇଁ ଉତ୍ସର୍ଗ କରିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *