ନ୍ୟୁଜ ଡେସ୍କ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଣେରୁ ଏହି ଗିରଫଦାରୀରେ ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ତିନି ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ର ମୋହୋଲ (୨୨), କରଣ ରାହୁଲ ସାଲଭେ (୧୯) ଏବଂ ଶିବମ ଅରବିନ୍ଦ କୋହାଡ (୨୦)। ଏମାନେ ସମସ୍ତେ ପୁଣେର ବାସିନ୍ଦା। ଏମାନଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏହି ଗିରଫଦାରୀକୁ ମିଶାଇ ବାବା ସିଦ୍ଦିକି ହତ୍ୟାମାମଲରେ ମୋଟ ୧୪ ଜଣଙ୍କୁ ପୁଲିସ ଗିରଫ କରିସାରିଲାଣି।ଅକ୍ଟୋବର ୧୨ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସିଦ୍ଦିକିଙ୍କୁ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଗୁଳି ମାଡ଼ କରି ହତ୍ୟା କରାଯାଇଥିଲା।
ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା? ଅନୁସନ୍ଧାନକାରୀମାନେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ସେମାନେ ଭିନ୍ନ ଭିନ୍ନ ଏଙ୍ଗେଲକୁ ନେଇ ମାମଲାର ଯାଞ୍ଚ କରୁଛନ୍ତି।ପୁଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସନ୍ଦିଗ୍ଧ ଶୁଟର୍ ଧର୍ମରାଜ କଶ୍ୟପ ଓ ଗୁରମେଲ ସିଂହ ସମେତ ୧୧ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଶୁଟର୍ ଶିବକୁମାର ଗୌତମ ଓ ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବେ ବି ଫେରାର ଅଛନ୍ତି।