Thu. Oct 23rd, 2025

ନ୍ୟୁଜ ଡେକ୍ସ: କେନ୍ଦ୍ରାପଡାର କମଳା ମାଉସୀଙ୍କର ଦେହାନ୍ତ ହୋଇଛି । ସେ ଶନିବାର ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ।

ପ୍ରଧାନମନ୍ତ୍ରୀ କରିଥିଲେ ପ୍ରଶଂସା- କମଳା ମହାରଣା ପଲିଥିନ୍ ରେ ବିଭିନ୍ନ ଘରକରଣା ଜିନିଷ ତିଆରି କରି ଅନେକ ନାଁ କରିଥିଲେ । ଏପରିକି ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । 2023 ଫେବୃଆରୀ ମାସରେ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 98ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କମଳାଙ୍କ କାମକୁ ପ୍ରଶଂସା କରିଥିଲେ । ମହତ୍ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା ସହ ସମ୍ମାନ ଜଣାଇଥିଲେ ବୋଲି କହିବା ସହିତ ପରିବାର ଲୋକଙ୍କୁ ସାନ୍ତନା ପ୍ରଦାନ କରିଛନ୍ତି ବୈଜୟନ୍ତ ପଣ୍ଡା ।

ସେହିପରି ଗତ ସାଧାରଣ ନିର୍ବାଚନର ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । କମଳା ଗହ୍ମାପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କୁ ଜରିରେ ନିର୍ମିତ ରାକ୍ଷୀ ପଠାଇଥିଲେ । ନିକଟରେ ‘ଅପରେଶନ ସିନ୍ଦୂର’ ସମୟରେ ଦେଶର ୩ ସେନାଧ୍ୟକ୍ଷଙ୍କ ପାଇଁ ଜରି ତିଆରି ଟୋପି ପଠାଇ ବେଶ ଚର୍ଚ୍ଚାରେ ରହିଥିଲେ କମଳା ମାଉସୀ ।

Leave a Reply

Your email address will not be published. Required fields are marked *