ନ୍ୟୁଜ ଡେକ୍ସ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସ୍ଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୋପ୍ । ଦୀର୍ଘ ଦିନ ହେବ ଫୁସ୍ଫୁସ୍ ଜନିତ ସମସ୍ୟା ସହ ନିମୋନିଆରେ ପୀଡ଼ିତ ଥିଲେ । ୫ ମାସ ହେବ ଚିକିତ୍ସାଧୀନ ଥିଲେ ପୋପ୍ ଫ୍ରାନସିସ୍ ।
ଇଷ୍ଟର ପର୍ବ ଚାଲିଥିବା ବେଳେ ପୋପ୍ଙ୍କ ବିୟୋଗ ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ, ଭାଟିକାନ୍ ସୂଚନା ଦେଇ କହିଛି ଯେ ପୋପ୍ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ପୋପ୍ ଫ୍ରାନ୍ସିସ୍ ୨୦୧୩ ମସିହାରେ ପୋପ୍ ପଦ ଗ୍ରହଣ କରିଥିଲେ। ପୂର୍ବରୁ, ୨୦୨୧ ମସିହାରେ, ତାଙ୍କୁ ୧୦ ଦିନ ପାଇଁ ରୋମର ସମାନ ଜେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ପୋପ୍ ଫ୍ରାନ୍ସିସ୍ ଗୋଟେ ଦିନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସହିତ ସାକ୍ଷାତ କରିଥିଲେ ।
ତାଙ୍କ ମୃତ୍ୟୁରେ ସମଗ୍ର ଦୁନିଆର ଖ୍ରୀଷ୍ଟଧର୍ମାବଲମ୍ବୀ ଶୋକରେ ବୁଡିଛନ୍ତି। ଗତ କିଛିଦିନ ତଳେ ବ୍ରୋଙ୍କାଇଟିସରେ ପୀଡିତ ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତେବେ ଇଷ୍ଟର ଶୁଭେଚ୍ଛା ଜଣାଇବା ପରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି ।
