ନ୍ୟୁଜ ଡେକ୍ସ: ରାଜ୍ୟରେ ଆଉ ନାହିଁ ଆଳୁ ସମସ୍ୟା। ଧିରେ ଧିରେ ଦୂର ହୋଇଛି ଓଡ଼ିଶାର ଆଳୁ ସଙ୍କଟ। କିଛି ଦିନ ଧରି ରାଜ୍ୟରେ ଯେଉଁଭଳି ଭାବରେ ଆଳୁର ଦର ବୃଦ୍ଧି ପାଇବାରେ ଲାଗିଥିଲା। ଆଉ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ଏବେ ସେ ସମସ୍ୟା ଦୂର ହୋଇଛି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଆଳୁ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ।
ଯାହାକୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଆଳୁ ସାଧାରଣତଃ ପଶ୍ଚିମବଙ୍ଗରୁ ଆମଦାନୀ କରାଯାଏ । ହେଲଷ ଗତବର୍ଷ ଜୁଲାଇ ମାସ ଆଡକୁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ ଉପରେ କଟକଣା ଲଗାଇବାରୁ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେବା ସହ ମୂଲ୍ୟ ଅହେତୁକ ବୃଦ୍ଧି ହୋଇଥିଲା ।ଏଥିସହିତ ମନ୍ତ୍ରୀ ତଥ୍ୟ ଦେଇ କହିଛନ୍ତି, ଆଳୁ ସଙ୍କଟ ପାଇଁ ସରକାର ନେଇଥିବା ପଦକ୍ଷେପରେ, ଉତ୍ତର ପ୍ରଦେଶରୁ ୬୦୦ କୁଇଣ୍ଟାଲ ଆଳୁ ଓଡ଼ିଶା ଆସିଛି । ସେହିପରି ଉତ୍ତରପ୍ରଦେଶ, ପଞ୍ଜାବ ଆଦି ସ୍ଥାନରୁ ଦୈନିକ ହାରାହାରି ୮୦୦୦ ରୁ ୧୦ ହଜାର କୁଇଣ୍ଟାଲ ଆଳୁ ଓଡିଶାକୁ ଅଣାଯାଇ ବିକ୍ରୀ କରାଯାଇଥିଲା ।
ଡିସେମ୍ବର ଓ ଜାନୁଆରୀ ୨୦ ଭିତରେ ୨୫୦ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ସ୍ଥଳେ ୩୬ ଜଣ ଖିଲାପକାରି ବ୍ୟବସାୟୀଙ୍କ ଠାରୁ ୨୯,୧୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏଥିସହିତ ସଙ୍ଗେସଙ୍ଗେ ୧୯ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।
