Wed. Oct 22nd, 2025

ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ରାଜ୍ୟରେ ୭ଟି ନୂଆ ମ୍ୟୁନିସପାଲିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ୧୬ଟି ନୂଆ NAC ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବିକ, ରାଜ୍ୟରେ ୭ଟି ନୂଆ ମ୍ୟୁନିସପାଲିଟି ଗଠନ କରାଯାଇଛି ।ଘୋଷଣା ହୋଇଥିବା ୭ ନୂଆ ମ୍ୟୁନିସପାଲିଟି ହେଲା, କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରା । ଯେଉଁ ନୂଆ ଏନ୍‌ଏସି ଘୋଷଣା କରାଯାଇଛି, ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପଟୁ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର।

ଭୁବନେଶ୍ବର ରେଳ ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *