ନ୍ୟୁଜ ଡେକ୍ସ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୩ୟ ସଂସ୍କରଣ ।
କଟକର ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମ୍ରେ ଆଜି ଠାରୁ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ପର୍ଯ୍ୟନ୍ତ ଚାଲିବ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୨୯ ଦେଶର ମୋଟ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଉଛନ୍ତି। ଯେଉଁଥିରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ବିଡବ୍ଲୁଏଫ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି।
ଓଡ଼ିଶାରୁ ୭ ଜଣ ଖେଳାଳି ଏଥିରେ ଭାଗ ନେଉଥିବା ବେଳେ ଦେଶ ଓ ବିଦେଶ ବିଶେଷ କରି ଜାପାନ, ଚୀନ, ଡେନମାର୍କର ବାଡମିଣ୍ଟନ ଖେଳାଳି ପ୍ରତିଯୋଗିତାରେ ସାମିଲ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ମୋଟ ଅର୍ଥ ରାଶି୮୫ ଲକ୍ଷ ଟଙ୍କା ରଖାଯାଇଛି।