ନ୍ୟୁଜ ଡେକ୍ସ : ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆଜିଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ। ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ସକାଳ ୧୦ଟାରୁ ଅନଲାଇନ ଓ ଅଫଲାଇନରେ ଆବେଦନ କରାଯିବ । ଚଳିତବର୍ଷ ୧୬୭୦ଟି ପ୍ଲଟ ପାଇଁ ନିଲାମ ପ୍ରକ୍ରିୟା ହେବ ।ଚଳିତବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ।ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନାହିଁ। ପ୍ଲଟ ଆବେଦନ ପାଇଁ ଆବେଦନକାରୀମାନେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ କରିବା ସହିତ ସେହିଠାରେ ଦାଖଲ ବି କରିପାରିବେ।
ଆଜିଠାରୁ ଅକ୍ଟୋବର ୯ ତାରିଖ ମଧ୍ୟରେ ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ। ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ଜରିଆରେ ତାହାକୁ ଆବଣ୍ଟନ କରାଯିବ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିବ।
