Sun. Feb 22nd, 2026

ନ୍ୟୁଜ ଡେକ୍ସ: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ସମୁଦ୍ରରେ ମାଛ ଧରା କଟକଣା ଜାରି କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଦେବୀ ମୁହାଣରେ ଏହି କଟକଣା ଲାଗୁ ହୋଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରାଯାଇଛି।

ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ଧରିବା ଉପରେ ରୋକ୍ ଲାଗିଛି। ସୂଚନା ମୁତାବକ, ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗିଛି। ନଭେମ୍ବର ୧ ତାରିଖ ଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଅଲିଭ ରିଡଲ କଇଁଛ ସେମାନଙ୍କ ବଂଶ ବିସ୍ତାର ପାଇଁ ଆସିଥାନ୍ତି।

ମୁହାଣଠାରୁ ୨୦ କିଲୋମିଟର ଦୂର ସାମୁଦ୍ରିକ ଅଞ୍ଚଳ ପର୍ଯ୍ୟନ୍ତ ମାଛଧରା ବନ୍ଦ ରହିବ ବୋଲି କୁହାଯାଇଛି। କଇଁଛ ମାନେ ପ୍ରଜନନ କରିବା ପରେ ଅଣ୍ଡା ଦେଇ ଛୁଆ ହେବା ପରେ ପୁଣି ନିଜ ନିଜ ଅଞ୍ଚଳକୁ ଫେରିଯାଇଥାନ୍ତି। ଟ୍ରଲର ଚଳାଚଳ ଯୋଗୁ କଇଁଛ ମରୁଥିବାରୁ ବନ ବିଭାଗ ଏହି ଅଂଚଳରେ ତୀକ୍ଷ୍ଣ ନଜର ରଖିଛି।

Leave a Reply

Your email address will not be published. Required fields are marked *