ନ୍ୟୁଜ ଡେକ୍ସ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରାକ୍ ନିର୍ବାଚନ ଶୋଭାଯାତ୍ରାରେ ଯୋଗଦେବେ। ଏହା ପରେ ଝାଡ଼ଖଣ୍ଡରେ ପହଞ୍ଚି ସେଠାରୁ ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ ।
ସୂଚନା ଅନୁସାରେ, ଏହା ପରେ ଝାଡ଼ଖଣ୍ଡରେ ପହଞ୍ଚି ସେଠାରୁ ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ । ପଶ୍ଚିମ ସିଂହଭୂମି ଓ କୋଲହାନରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି। ସେସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଆ ଭାଷାଭାଷୀଙ୍କ ଉପରେ ପ୍ରଭାବ ପକାଇବ।ପଶ୍ଚିମ ସିଂହଭୂମି ଓ କୋଲହାନରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି। ସେସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଆ ଭାଷାଭାଷୀଙ୍କ ଉପରେ ପ୍ରଭାବ ପକାଇବ।
ସେହିପରି ସୀମାନ୍ତ ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଜେପିର ବରିଷ୍ଠ ନେତା, ସାଂସଦ, ବିଧାୟକ ବି ଝାଡ଼ଖଣ୍ଡ ଯିବେ ବୋଲି ସୂଚନା ମିଳିଛି। ଝାଡ଼ଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା କରାଯାଇନାହିଁ। ତେବେ ବିଜେପି ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।