ନ୍ୟୁଜ ଡେକ୍ସ: ଶନିବାର ଠାରୁ ଆରମ୍ଭ ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦଶମ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ଯାଏ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଆସନ୍ତା ଏପ୍ରିଲ ୪ ତାରିଖ ଯାଏ ଚାଲିବ ।
ଦେଶରେ ୭୮୪୨ ଏବଂ ବିଦେଶରେ ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜି ପ୍ରଥମ ଦିନରେ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ଥିବା ବେଳେ, ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସାମାଜିକ ବିଜ୍ଞାନ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ ଓ ୧୮ରେ କମ୍ପ୍ୟୁଟର ପରୀକ୍ଷା ହେବ ।ସେହିପରି, ପ୍ରଥମ ଦିନରେ ଦ୍ୱାଦଶ ଶ୍ରେଣୀର ଏଣ୍ଟରପ୍ରିନୋରସିପ୍ ପରୀକ୍ଷା ହେବ ।
୧୭ରେ ଫିଜିକାଲ ଏଜୁକେସନ୍, ୨୧ରେ ପଦାର୍ଥ ବିଜ୍ଞାନ, ୨୨ରେ ବିଜିନେସ୍ ଷ୍ଟଡିଜ୍, ୨୪ରେ ଜିଓଗ୍ରାଫି, ୨୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୮ରେ ଗଣିତ, ୧୧ରେ ଇଂରାଜୀ, ୧୯ରେ ଅର୍ଥନୀତି, ୨୨ରେ ରାଜନୀତି ବିଜ୍ଞାନ, ୨୫ରେ ବାୟୋଲୋଜି, ୨୬ରେ ଆକାଉଣ୍ଟାନ୍ସି, ଏପ୍ରିଲ୍ ୧ରେ ଇତିହାସ, ୪ରେ ମନସ୍ତତ୍ତ୍ୱ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୧୮ରେ ଏବଂ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୪ ତାରିଖରେ ସରିବ।
