Wed. Oct 22nd, 2025

ନ୍ୟୁଜ ଡେକ୍ସ : ଆଜି ସମଗ୍ର ଦେଶରେ ଆଲୋକର ପର୍ବ ପବିତ୍ର ଦୀପାବଳି ଉତ୍ସବ ଉଲ୍ଲାସର ସହିତ ପାଳନ ହେଉଛି। ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ଵିଟ୍ କରି ଲେଖିଛନ୍ତି — “ଦୀପାବଳିର ଶୁଭ ଅବସରରେ ମୁଁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।”

ସେ କହିଛନ୍ତି ଯେ ଏହି ପର୍ବ ଆଲୋକ ଓ ଆଶାର ସନ୍ଦେଶ ବହି ନେଇ ସମସ୍ତଙ୍କ ଜୀବନକୁ ଉଜ୍ଜ୍ୱଳ କରୁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ଵିଟ୍ କରି ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି — “ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା। ଆଲୋକର ଏହି ପାବନ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସୌହାର୍ଦ୍ଦ ଆଣୁ।” ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି — “ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ। ଏହା ଜ୍ଞାନର ଆଲୋକରେ ଅଜ୍ଞାନର ଅନ୍ଧକାରକୁ ଦୂର କରେ, ନୂଆ ଆଶା ଓ ସ୍ୱପ୍ନ ସହିତ ଆଗକୁ ବଢିବାକୁ ପ୍ରେରଣା ଦେଏ।”ସେ ଆହ୍ୱାନ କରିଛନ୍ତି ଯେ ଏବେକି ଚଳିତ ବର୍ଷ ଆମେ ସମସ୍ତେ ଏକ ସବୁଜ ଓ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ କରିବା ଉଚିତ୍। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ପର୍ବ ମନୁଷ୍ୟତା, ପ୍ରେମ, କ୍ଷମା ଓ ଦୟାର ଆଲୋକରେ ଅସତ୍ୟ ଓ ଅନ୍ୟାୟର ଅନ୍ଧକାରକୁ ଭେଦି ଦେଖାଇ ଯିବ।

Leave a Reply

Your email address will not be published. Required fields are marked *