Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାଷା ଗୋଟିଏ ଜାତିର ପରିଚୟ । ଦିନ ଥିଲା ଓଡ଼ିଶାର ଭୌଗଳିକ ସୀମା ଅମରକଣ୍ଟକ ଠାରୁ ଆରମ୍ଭ କରି ଗୋଦାବରୀ ଯାଏଁ ପରିବ୍ୟାପ୍ତ ଥିଲା । ରାଜା ବଂଶ, ମରହଟ୍ଟା, ମୋଗଲ ଓଡ଼ିଶାକୁ ଶାସନ କଲେ । ବହୁ ସଂଘର୍ଷ ପରେ ଗଠନ ହେଲା ଓଡ଼ିଶା ରାଜ୍ୟ । ପ୍ରତିବର୍ଷ ଏପ୍ରିଲ 1ରେ ଉତ୍କଳ ଦିବସ ପାଳୁଛି ଓଡ଼ିଶା ।

1936 ମସିହା ଏପ୍ରିଲ 1ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା । ଏଥିପାଇଁ ବହୁ ବରପୁତ୍ରଙ୍କ ତ୍ୟାଗ ପରିଶ୍ରମ କରିଥିଲେ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଥିଲା ଭାରତର ପ୍ରଥମ ରାଜ୍ୟ । ବ୍ରିଟିଶ ଶାସନ କାଳରେ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସି ଅଧିନରେ ଥିଲା । ୧୯୩୬ ମସିହା ଏପ୍ରିଲ ୧ ତାରିଖ । ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ ।

ଏହା ପୂର୍ବରୁ ଖଣ୍ଡ ବିଖଣ୍ଡିତ ହୋଇ ବିକ୍ଷିପ୍ତ ଅବସ୍ଥାରେ ଥିବା ଓଡ଼ିଶା ଏହାର ପରିଚୟ ସମ୍ପୂର୍ଣ୍ଣ ହରାଇବାକୁ ବସିଥିଲା । ୧୫୬୮ ବେଳକୁ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବ ଯୁଦ୍ଧରେ ପରାସ୍ତ ହେବା ସହିତ ଅସ୍ତମିତ ହୋଇଥିଲା ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟ । ୧୮୦୩ରେ ଓଡ଼ିଶା ଦଖଲ କରିଥିଲେ ଇଂରେଜ । ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟୋଦୟର ସମ୍ଭାବନା ସୃଷ୍ଟି କରିଥିଲେ ମାଟିମାତୃକାର ସୁଯୋଗ୍ୟ ସନ୍ତାନ ।

ସେମାନଙ୍କ ଅବିରତ ନିଷ୍ଠାପର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣ ପର୍ବର ପୂର୍ଣ୍ଣାହୂତି ହୋଇଥିଲା ୧୯୩୬ ଏପ୍ରିଲ ୧ରେ । ଏହି ଦିନ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଅନୁମୋଦନ ଦେଇଥିଲା ବ୍ରିଟିଶ ସରକାର । ସେହି ଦିନଠାରୁ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ଅବିହିତ କରାଯାଇଛି ।

Leave a Reply

Your email address will not be published. Required fields are marked *