Thu. Oct 23rd, 2025

ନ୍ୟୁଜ ଡେକ୍ସ: ପବିତ୍ର ଇଦ-ଉଲ-ଫିତରରେ ଚଳଚଞ୍ଚଳ ରାଜ୍ୟ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଡ ଧୁମଧାମରେ ଇଦ୍‌ ପାଳିତ ହୋଇଛି । ରାଜଧାନୀର ଜାମା ମସଜିଦରେ ସମୂହ ନମାଜ ପାଠ ସହ ଶୁଭେଚ୍ଛା ଜଣାଇ ଇଦ ପାଳିଛନ୍ତି ଇସଲାମ ଭାଇଭଉଣୀ । ଭାଇଚାରା ଓ ଶାନ୍ତିର ବାର୍ତ୍ତା ବାଣଟିଛନ୍ତି ମୁସଲିମ ଭାଇଭଉଣୀ ।

ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ। ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ। ଏହି ସମୟରେ ଗରୀବ ଲୋକମାନଙ୍କୁ ଦାନ ଦିଆଯାଇଥାଏ। ବିଶ୍ବାସ ରହିଛି ଏପରି କଲେ ଆଲ୍ଲା ଖୁସି ହୋଇଥାନ୍ତି। ସମୁହ ନମାଜ ପାଠ ପାଇଁ ଦିଲ୍ଲୀର ଜମା ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି। ସେହିପରି କଟକ ଏବଂ ଭଦ୍ରକରେ ମଧ୍ୟ ସକାଳୁ ସକାଳୁ ମସଜିଦ୍ ଯାଇ ନମାଜ ପଢିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ମୁସଲମାନ ଭାଇଭଉଣୀ ।ଏହି ପବିତ୍ର ଦିନରେ ବର୍ଷ ସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି ।

ଇସଲାମ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ମାସ ସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) କରାଯିବାର ପରମ୍ପରା ରହିଥାଏ । ତେବେ ମୁସଲମାନ ଶ୍ରଦ୍ଧାଳୁ ମାନେ ଭୋରରୁ ଉଠି ଉପବାସ ରଖିଥିଲେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜ୍ବଳା ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *