Fri. Jan 10th, 2025

ନ୍ୟୁଜ ଡେକ୍ସ: ଶାମ୍ବଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରିବେ ପର୍ଯ୍ୟଟକ। ଗୁରୁବାର ଶାମ୍ବଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ପବିତ୍ର ଶାମ୍ବଦଶମୀ ଅବସରରେ ଏଏସଆଇ କର୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିର୍ଦେଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ଏଣ୍ଟ୍ରି ଫି ଛାଡ କରାଯାଇଛି। ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ସୂର୍ଯ୍ୟ ରଥଯାତ୍ରା ୨୭ ଦିନ ଯାଏ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ।

ଏହାକୁ ଦେଖିବାକୁ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *