ନ୍ୟୁଜ ଡେକ୍ସ: ସୋମବାର ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି । ପୁଷ ପୂର୍ଣ୍ଣିମା ନାମରେ ଏହା ପରିଚିତ ଅଟେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ଯାତ୍ରା ଅଟେ । ଆଜିର ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି । ପ୍ରତି ବର୍ଷ ରତ୍ନ ସିଂହାସହନରେ ବିରାଜମାନ ଚତୁର୍ଦ୍ଦା ମୂର୍ତ୍ତି ୪ ଥର ସୁନା ବେଶ ହୋଇଥାନ୍ତି ।
ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ରତ୍ନ ସିଂହାସନରେ ବିରଜାମାନ ଚତୁର୍ଦ୍ଦା ମୂର୍ତ୍ତିଙ୍କର ଆଜି ହେବ ସୁନା ବେଶ। ସକାଳ ଧୂପ ପରେ ହେବ ଏହି ବେଶ । ମହଣମହଣ ସୁନା ଅଳଙ୍କାରରେ ବିଭୁଷିତ ହେବେ ମହାପ୍ରଭୁ । ପ୍ରଭୁ ବଳଭଦ୍ର ହଳମୂଷଳ ଧାରଣ କରିବେ। ଶଙ୍ଖଚକ୍ର ପରିଧାନ କରିବେ ଶ୍ରୀଜଗନ୍ନାଥ । ତାଙ୍କ ପାଦରେ ଶ୍ରୀ ପୟର, ହାତରେ ଶ୍ରୀଭୁଜ ଓ ଅନ୍ୟ ବହୁ ପ୍ରକାର ସୁନା ଅଳଙ୍କାର ପରିଧାନ କରିବେ।
ଗତକାଲିଠୁ ଜଳ ଅଧିବାସ ସରିଥିବା ବେଳେ ଆଜି ସେହି ଜଳରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ସକାଳୁ ଧୂପ ପରେ ମହାପ୍ରଭୁ ସୁନା ବେଶ ହେବେ। ରାତିରେ ବଡ଼ ସିଂହାର ବେଶ ସମୟରେ ହିଁ ନବାଙ୍କ ବେଶ ସମ୍ପନ୍ନ ହେବ । ଏହି ବେଶରେ ଅନେକ ପ୍ରକାର ପୂଷ୍ପରେ ବିଭୁଷିତ ହେବେ ମହାପ୍ରଭୁ ।। ଆସନ୍ତାକାଲି ମକର ସଂକ୍ରାନ୍ତି। ଏହି ଅବସରେ ଶ୍ରୀଜିଉଙ୍କ ନିକଟରେ ମକର ଚାଉଳ ଓ ଧନୁମୂଆଁ ଭୋଗ କରାଯିବାର ବଧିବିଧାନ ରହିଛି ।
